ରାକ୍ଷୀଙ୍କର ହୃଦୟ ଭାଙ୍ଗିଲେ ଡୋଡି ଖାନ, ବିବାହ କରିବାକୁ କଲେ ମନା

Published By : Prameya-News7 Bureau | February 02, 2025 IST

ମୁମ୍ଵାଇ ୦୨।୦୨; ବଲିଉଡ୍‌ର ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ। ଏବେ ତାଙ୍କ ପର୍ସନାଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଖୁଲାସା କରିଥିଲେ ସେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି। ରାକ୍ଷୀ ପାକିସ୍ତାନୀ ଅଭିନେତା ଡୋଡୀ ଖାନଙ୍କୁ ବିବାହ କରିଥାନ୍ତେ। କିନ୍ତୁ ବର୍ତ୍ତମାନ ଡୋଡୀ  ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ରାକ୍ଷୀଙ୍କୁ ବିବାହ କରିବାକୁ ମନା କରି ଦେଇଛନ୍ତି। ଯାହା ପରେ ରାକ୍ଷୀଙ୍କ ହୃଦୟ ଭାଙ୍ଗିଯାଇଛି। 

ଡୋଡୀ  ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ରାକ୍ଷୀଙ୍କୁ ପ୍ରଶଂସା କରିଛନ୍ତି କିନ୍ତୁ ସେ ତାଙ୍କୁ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଡୋଡୀ କହିଛନ୍ତି- “ହେଲୋ ଇଣ୍ଡିଆ ଏବଂ ପାକିସ୍ତାନ, ମୁଁ ଡୋଡୀ ଖାନ। କିଛି ଦିନ ପୂର୍ବେ ଆପଣମାନେ ମୋର ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିଥିବେ। ଯେଉଁଥିରେ ମୁଁ ରାକ୍ଷୀ ସାୱନ୍ତଙ୍କୁ ପ୍ରପୋଜ୍‌ କରିଥିଲି। ଆପଣ ଏହାକୁ ସଂପୂର୍ଣ୍ଣ ଠିକ୍ ଦେଖିଛନ୍ତି। ପ୍ରପୋଜ୍‌ କରିବାର କାରଣ ହେଉଛି ମୁଁ ତାଙ୍କୁ ବହୁତ ଭଲଭାବେ ଜାଣିଛି। ସେ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି, ତାଙ୍କ ବାପା-ମା’ଙ୍କୁ ହରାଇଛନ୍ତି। ଅସୁସ୍ଥତା ସମୟରେ ସେ ତାଙ୍କ ସହିତ ରହିଛନ୍ତି, ଯାହା ଆଜିର ସମୟରେ ସମ୍ଭବ ନୁହେଁ । ତାଙ୍କ ଜୀବନରେ ଜଣେ ବ୍ୟକ୍ତି ଆସିଲା, ଆପଣଙ୍କୁ ଜଣା ସେ କଣ କଲା। ସେ ଏକ ବିରାଟ ଆଘାତରୁ ବାହାରି ଇସଲାମକୁ ଗ୍ରହଣ କଲେ, ଉମ୍ରା କଲେ, ଏପରିକି ତାଙ୍କ ନାମ ଫାତିମା ମଧ୍ୟ ରଖିଦେଲେ। ଏହା ବହୁତ ବଡ କଥା ।"


ଡୋଡୀ ଆହୁରି କହିଛନ୍ତି- “ମୋତେ ଏହା ଭଲ ଲାଗିଲା, ମୁଁ ପ୍ରପୋଜ୍‌ କଲି କିନ୍ତୁ ମୁଁ ଭାବୁଛି ଲୋକମାନେ ଏହାକୁ ଗ୍ରହଣ କରୁ ନାହାଁନ୍ତି। ମୋ ପାଖକୁ ବହୁତ ମେସେଜ୍‌ ଏବଂ ଭିଡିଓ ଆସିଲା, ମୁଁ ଏତେ ସମାଲୋଚନାକୁ ସହ୍ୟ କରିପାରିଲି ନାହିଁ । ରାକ୍ଷୀ ଜୀ, ଆପଣ ସବୁବେଳେ ମୋର ବହୁତ ଭଲ ବନ୍ଧୁ, ଅତି ପ୍ରିୟ ବନ୍ଧୁ, ହୋଇ ରହିବେ। ଡୋଡୀ ଖାନଙ୍କ କନିଆଁ ସାଜି ପାରିଲେ ନାହିଁ କିନ୍ତୁ ଆପଣ ନିଶ୍ଚିତ ଭାବରେ ପାକିସ୍ତାନର ବୋହୂ ହେବେ।ମୁଁ ଆପଣଙ୍କୁ ମୋର କୌଣସି ଭାଇ ସହ ବିବାହ କରାଇବି । ଡୋଡୀଙ୍କ ଭିଡିଓରେ ରାକ୍ଷୀ କାନ୍ଦିବା ଏବଂ ହୃଦୟ ଭାଙ୍ଗିବାର ଇମୋଜି ପୋଷ୍ଟ କରିଛନ୍ତି । ରାକ୍ଷୀଙ୍କ ପ୍ରଥମ ସ୍ୱାମୀ ରିତେଶ ମଧ୍ୟ ଡୋଡୀଙ୍କ ଭିଡିଓ ଉପରେ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି - ରାକ୍ଷୀ, ଏହା ତୁମର ପସନ୍ଦ ଥିଲା, ଯିଏ ନିଜର ଷ୍ଟାଣ୍ଡ୍ ନେଇ ପାରିଲା ନାହିଁ, ତୁମକୁ କଣ ସମର୍ଥନ କରିବ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.